ପ୍ରତିଛବି (Shadow)


ଝିଅ ଟିଏ,
ଭଲ ଲାଗେ ତାକୁ ବର୍ଷା
ବିନ୍ଦୁ ବିନ୍ଦୁ କାକର ଟୋପା
ଆଉ ଭିଜା ମାଟିର ବାସ୍ନା,
ଶ୍ରାବଣର ବରଷା ଧାରେ
ଭସାଇ ଆସିଛି ସେ ତା ଅତୀତକୁ
ବର୍ତ୍ତମାନରେ ବଞ୍ଚିବା ପାଇଁ,
ବିଶ୍ଵାସର ଯଉ ଘରେ
ଗଢିବାକୁ ଚାହେଁନା ସେ
ଆଉ ଏକ ବାଲିଘର,
ତଥାପି ଝିଅଟି...
ଫୁଲ ଭରା ପ୍ରକୃତିର ବଗିଚାରେ
ସବୁବେଳେ ଖୋଜୁଥାଏ
ସ୍ନେହ ଆଉ ପ୍ରେମ ବାଣ୍ଟୁଥିବା
ଭ୍ରମର ଟିକୁ,
ହଠାତ ! ରାତ୍ରିର ଏକ ନିର୍ଜନ ପ୍ରହରେ
ଭେଟ ହୁଏ ଏକ ଭ୍ରମର ସହ,
ଭ୍ରମରଟି ଢାଳି ପକାଏ
ପ୍ରତିଶ୍ରୁତିର ଅସଂଖ୍ୟ କଳିକା
ଆଉ ମିଠା ମିଠା ସ୍ବପ୍ନ,
ସାହସ ବାନ୍ଧି ଚାଲିଯାଏ ଝିଅଟି
ଅଙ୍କିବାକୁ ସ୍ବପ୍ନର ଚିତ୍ର
ହୃଦୟର ଭଵ ତୁଳିକାରେ,
ଆଙ୍କୁ ଆଙ୍କୁ ସେ ଦିନେ ଆଙ୍କି ଦିଏ
ନିଜର ପ୍ରତିଛବି...
ମାନେପଡିଯାଏ ସେଇ ଅତୀତ
ରେଣୁ ରେଣୁ ସ୍ମୃତି ଫୁଲେ
ହଜିଯାଏ ସେ ଶ୍ରବଣକୁ ସାଥି କରି,
ଜୀବନର ପାହାଚେ ଝୁଂଟିଲା ପରେ
ସେ ଚାହେଁନା ଆଉ ଜାଣି ଜାଣି ଝୁଂଟିବା ପାଇଁ
ରଙ୍ଗିନ ସହରଟା ତାକୁ ଫିକା ଫିକା ଲାଗେ
ସମ୍ପର୍କର ମାନେ ଭୁଲିଯାଏ ସେ
ଆଉ ଭ୍ରମରର ପ୍ରତିଶୃତି !
ଲାଗେ ତାକୁ ଆଜି
ବୈଶାଖର ମରୁ ବାଲି ପରି...

Comments

Post a Comment

Popular Posts